top of page

ଏସବିଆଇ ପେସନର୍ସ ଆସୋସିଏସନ ନିର୍ବାଚନ ସ୍ଥଗିତ

  • Writer: Sanjog
    Sanjog
  • Jun 9, 2023
  • 1 min read

କଟକ,ଜୁନ୯(ସଂଯୋଗ ମିଡିଆ) : ଓଡିଶା ହାଇକୋର୍ଟର ନିର୍ଦ୍ଦେଶକ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଭୁବନେଶ୍ବର ସର୍କଲ ପେସନର୍ସ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲାଗି ଆଇଜିଆର ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ୤ ଏ ନେଇ ବିଭାଗୀୟ ଉପସଚିବ ଡଃ ସ୍ମିତା ମହାନ୍ତି ପେସନର୍ସ ଆସୋସିଏସନର ସଭାପତି ଗଣେଶ ଚନ୍ଦ୍ର ମିଶ୍ର, ନିର୍ବାଚନ ଅଧିକାରୀ କୃଷ୍ଣଚନ୍ଦ୍ର ରାଉତ ଓ ଆସୋସିଏସର ସାଧାରଣ ସମ୍ପାଦକଙ୍କୁ ଜଣାଇ ଦେଇଛନ୍ତି ୤। ଏହି ନିର୍ବାଚନ ଲାଗି ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ବାତିଲ କରାଯିବା ସହ ଭୋଟର ତାଲିକାକୁ ତୃଟିମୁକ୍ତ କରିବା ଓ ଆଇଜିଆରଙ୍କ ଅନୁମୋଦନ କ୍ରମେ ପରବର୍ତ୍ତୀ ନିର୍ବାଚନ ତାରିଖ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଉପରୋକ୍ତ ପଦାଧିକାରୀମାନଙ୍କୁ ଅବଗତ କରାଯାଇଛି । ୤

ସୂଚନାଯୋଗ୍ୟ ଯେ ପ୍ରକାଶିତ ଭୋଟର ତାଲିକାରେ କିଛି ମୃତ ଭୋଟରଙ୍କ ନାମ ପ୍ରକାଶ ପାଇଥିବା ନେଇ ଆଇଜିଆରଙ୍କ ନିକଟରେ ଅଭିଯୋଗ ହୋଇଥିଲା ୤ ଏସବୁକୁ ବିଚାରକୁ ନେଇ ଆଇଜିଆର ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ।

Comments


bottom of page