କରୋନାକୁ ମାତ୍ ଦେବ ଭିଟାମିନ୍-କେ
- Sanjog
- Jul 5, 2020
- 1 min read

ସଂଯୋଗ ମିଡିଆ, ୫/୭ : କରୋନା ଚିକିତ୍ସା ପାଇଁ ଏବେ ସୁଦ୍ଧା କୌଣସି ଔଷଧ କିମ୍ବା ଟିକା ବାହାରିପାରି ନାହିଁ । କିନ୍ତୁ କରୋନା ରୋଗୀଙ୍କ ପାଇଁ ଉପକାରୀ ଭିଟାମିନ୍- କେ ସପ୍ଲିମେଣ୍ଟ ।
କରୋନା ରୋଗୀ ଖାଦ୍ୟରେ ଭିଟାମିନ୍-କେ’ର ମାତ୍ରାକୁ ବଢ଼ାଇଲେ ଅଧିକ ଫାଇଦା ମିଳିବ ବୋଲି ବୈଜ୍ଞାନିକମାନେ ସଦ୍ୟ ଗବେଷଣାରୁ ଜାଣିବାକୁ ପାଇଛନ୍ତି । କରୋନା ପୀଡ଼ିତଙ୍କ ଠାରେ ଭିଟାମିନ୍ କେ’ କମ ଥିବା ଦେଖାଯାଇଛି ।
କେବଳ କରୋନା ରୋଗୀ ନୁହନ୍ତି ସମସ୍ତଙ୍କୁ ଖାଦ୍ୟରେ ଭିଟାମିନ୍ କେ’ର ପରିମାଣ ବଢ଼ାଇବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି ।
ଭିଟାମିନ୍ କେ’ରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇ ନ ଥାଏ । ଶରୀରର ଅନ୍ୟାନ୍ୟ ଅଙ୍ଗ ଅପେକ୍ଷା ଏହା ଫୁସ୍ଫୁସ୍କୁ ମଜବୁତ ରଖେ ।
ମାର୍ଚ୍ଚ- ଏପ୍ରିଲ ମାସ ମଧ୍ୟରେ ୧୩୪ ଜଣ କରୋନା ରୋଗୀଙ୍କ ଉପରେ ଗବେଷଣା କରାଯାଇ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ପାଳଙ୍ଗ, ଅଣ୍ଡା, ପନିର, ବ୍ରୋକଲି, ସବୁଜ ପନିପରିବା ଆଦିରେ ଭିଟାମିନ କେ’ପ୍ରଚୂର ପରିମାଣରେ ରହିଛି ।
Comments