Search
ଗ୍ରସରି କିଣିବା ବେଳେ ଗ୍ଲୋଭସ ପିନ୍ଧନ୍ତୁନି
- Sanjog
- Jul 5, 2020
- 1 min read

ସଂଯୋଗ ମିଡିଆ, ୫/୭ : ଏବେ ସର୍ବସାଧାରଣ ସ୍ଥାନକୁ ଯିବା ସମୟରେ ମାସ୍କ ପିନ୍ଧି ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କୁହାଯାଉଛି । ତେବେ ଅନେକ ଗ୍ରସରି ଦୋକାନକୁ ଯିବା ସମୟରେ ଗ୍ଲୋଭସ ପିନ୍ଧୁଥିବା ଦେଖିବାକୁ ମିଳୁଛି ।
ପ୍ରଶ୍ନ ଉଠୁଛି ଗ୍ଲୋଭସ କ’ଣ ସବୁ ସମୟରେ ଆମକୁ କିଟାଣୁଙ୍କ ଠାରୁ ସୁରକ୍ଷା ଦେଇଥାଏ ? ଗ୍ଲୋଭସ ଆମ ତ୍ୱଚା ଭଳି ପତଳା । ଏଣୁ ଗ୍ଲୋଭସ ପିନ୍ଧି କୌଣସି ବସ୍ତୁକୁ ସ୍ପର୍ଶ କଲେ ସେଥିରେ କୀଟାଣୁ ବ୍ୟାପିବାର ଆଶଙ୍କା ଥାଏ ।
ଡାକ୍ତରଙ୍କ ମତରେ ଗ୍ଲୋଭସ ଅଧିକ କ୍ଷତିକାରକ । କାରଣ ଭାଇରସର ଗୁଣ ଅଲଗା ଅଲଗା ସ୍ଥାନରେ ଭିନ୍ନ ପ୍ରକାର ହୋଇଥାଏ । ଗ୍ଲୋଭସକୁ ତୁରନ୍ତ ଧୋଇବା ସମ୍ଭବ ହୋଇ ନ ଥାଏ । କିନ୍ତୁ ହାତକୁ ସଙ୍ଗେ ସଙ୍ଗେ ସାନିଟାଇଜ ନଚେତ ପରିଷ୍କାର କରି ହୁଏ । ଗ୍ଲୋଭସ ବ୍ୟବହାର କରୁଥିଲେ ହାତରୁ ତୁରନ୍ତ ବାହାର କରି ୨୦ ସେକେଣ୍ଡ ପାଇଁ ହାତକୁ ଭଲ ଭାବେ ସଫା କରନ୍ତୁ ।
Comments