ନୂଆବଜାର ନିକଟରେ ଦୁର୍ଘଟଣା : ଦୁଇ ମୃତ
- Sanjog
- Apr 22, 2023
- 1 min read

କଟକ,ଅପ୍ରେଲ ୨୨(ସଂଯୋଗ ମିଡିଆ): କଟକ-ପାରାଦୀପ ରାସ୍ତାର ନୂଆବଜାର ସ୍କୁଲ ଛକରେ ଶନିବାର ଅପରାହ୍ନରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାର ଉଭୟ ପାର୍ଶ୍ବରୁ ଆସୁଥିବା ହାଇୱା ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ କାର ଚାଳକ ଓ ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୩ ସହଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ହେଲେ ସୁରେଶ ବେହେରା(୪୮) ଓ ଦୈତାରୀ ବେହେରା(୪୪) । ଉଭୟ ଆହତ ଏବଂ ମୃତ ବ୍ୟକ୍ତିଙ୍କ ଘର ରଘୁନାଥପୁର ଅଞ୍ଚଳ ଓ ଏମାନେ ଗୋଟିଏ ପରିବାରର । ସିଆରଆରଆଇ ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିଛି ।
ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କଟର ମେସିନରେ କାରର କ୍ଷତିଗ୍ରସ୍ତ ଅଂଶ ଗୁଡିକୁ କାଟି ସମସ୍ତଙ୍କୁ ବାହାର କରିଥିଲେ । ମାତ୍ର ସେତେବେଳକୁ କାର ଚାଳକ ସୁରେଶ ଓ ଦୈତାରୀଙ୍କମୃତ୍ୟୁ ଘଟିସାରିଥିଲା । ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
Commentaires