top of page

ପିଜିପିଏ ବିଭାଗ ପୁନଃ ସ୍ଥାପନ ଦାବିରେ ପ୍ରତିବାଦ ସପ୍ତାହ

  • Writer: Sanjog
    Sanjog
  • Mar 18, 2023
  • 2 min read

ବ୍ରହ୍ମପୁର,ମାର୍ଚ୍ଚ ୧୮ (ସଂଯୋଗ ମିଡିଆ) ରାଜ୍ୟ ପେନସନରମାନଙ୍କ ମଧ୍ୟରେ ଚରମ ଅସନ୍ତୋଷ ସୃଷ୍ଟି ହୋଇଛି ୤ ଚିକିତ୍ସାଭତ୍ତା ଓ ପିଜି ପିଏ ବିଭାଗର ପୁନଃ ସ୍ଥାପନ ଦାବି ଉପରେ ଏପ୍ରିଲ ୨୪ ତାରିଖରୁ ମଇ ଏକ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ପ୍ରତିବାଦ ସପ୍ତାହ ପାଳନ କରାଯିବାକୁ ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଦାସ, ମହାସଚିବ ଗୋକୁଳାନନ୍ଦ ବେହେରା ପ୍ରକାଶ କରିଛନ୍ତି । ହିଲପାଟଣାସ୍ଥିତ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟ ହଲଠାରେ ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ସଭାରେ ମହାସଚିବ ଗୋକୁଳାନନ୍ଦ ବେହେରା ଲିଖିତ ରିପୋର୍ଟ ଆଗତ କରିଥିଲେ । ରାଜ୍ୟ ପେନସନରମାନଙ୍କର ପ୍ରମୁଖ ସମସ୍ୟା ଚିକିତ୍ସାଭତ୍ତା, ପେନସନ ନିର୍ଦ୍ଧାରଣରେ ଥିବା ତୃଟିକୁ ଅବଲମ୍ବେ ସଂଶୋଧନ, ୬୫ ବର୍ଷରୁ ଅତିରିକ୍ତ ପେନସନ ଲାଗୁ, କମୁଟେସନ ଦେୟର ଅବଧି ୧୨ ବର୍ଷକୁ ହ୍ରାସ, କେନ୍ଦ୍ର ଅନୁରୂପ କ୍ୱାଲିଫାଇଙ୍ଗ ସର୍ଭିସ ୨୦ ବର୍ଷକୁ ହ୍ରାସ, ରେଳଯାତ୍ରାରେ ପୂର୍ବପରି ରିହାତି ଓ ଇପିଏଫ କର୍ମଚାରୀଙ୍କୁ ସର୍ବନିମ୍ନ ପେନସନ ୯୦୦୦ଟଙ୍କା ପ୍ରଦାନ ଆଦି ଦାବି ଉପରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ସହିତ ହୋଇଥିବା ଆଲୋଚନାରେ ସହମତି ହୋଇଥିବା ଦାବିଗୁଡ଼ିକୁ ଏପ୍ରିଲ ୨୦ ତାରିଖ ମଧ୍ୟରେ ସମାଧାନ କରାନଗଲେ ଏପ୍ରିଲ ୨୪ରୁ ମଇ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ ସପ୍ତାହ ପାଳନ କରିଯାଇ ଜିଲ୍ଲାପାଳ ଓ ବିଡିଓମାନଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବାକୁ ରିପୋର୍ଟରେ ଆଗତ ପ୍ରସ୍ତାବ ଉପରେ ନିର୍ମଳ ଚନ୍ଦ୍ର ଦାସ, ଦ୍ୱାରିକାନାଥ ମହାନ୍ତି, ସୁଦର୍ଶନ ପ୍ରଧାନ, ଶରତ ଚନ୍ଦ୍ର ପରିଡ଼ା, ସୁଦର୍ଶନ ଦାସ, ଜ୍ୟୋତ୍ସ୍ନାମୟୀ ଦେଈ, ସହସ୍ର ନାମ ପାଠୀ, ଭଗବାନ ନାହାକ, ଉପଦେଷ୍ଟା ପ୍ରଫୁଲ ମହାପାତ୍ର, ଡି. ମୋହନ ରାଓ, ବିବେକାନନ୍ଦ ନାୟକ, ପଞ୍ଚାନନ ଜେନା, ଗୋପାଳ ଚନ୍ଦ୍ର ସାହୁ, ଧିରେନ୍ଦ୍ର କୁମାର ନାୟକ, ନିରାକାର ସାବତ, ଶ୍ରୀମତୀ ସାହୁ, ସୁବୋଧ କୁମାର ରାୟ, ସୁବୋଧ କୁମାର ମହାନ୍ତି, ବିଭୁତି ଭୂଷଣ ମହାନ୍ତି, ଡ. ପ୍ରଫୁଲ୍ଲ କୁମାର ନାୟକ, ନରସିଂହ ଅଚାରୀ, ରଜନୀକାନ୍ତ ଚୌଧୁରୀ, ଅଶ୍ୱୁନି କୁମାର ପାଢ଼ୀ, ରାମେଶ୍ୱର ସେଠୀ, ଜୟନ୍ତୀବାଳା ମିଶ୍ର, ଶ୍ରୀକାନ୍ତ ମିଶ୍ର, ରତ୍ନାକର ବେହେରା ଓ ନିଳାଞ୍ଚଳ ମିଶ୍ର ପ୍ରମୁଖ ସମର୍ଥନ ପ୍ରକାଶ କରିବା ପରେ ଉପରୋକ୍ତ ଆନ୍ଦୋଳନାତ୍ମକ ପ୍ରସ୍ତାବ ଗୃହିତ ହୋଇଥିଲା । ‘ବର୍ତ୍ତମାନ ରାଜ୍ୟରେ ଚାଲୁ ରହିଥିବା ନୂତନ ପେନସନ ଯୋଜନାକୁ ବାତିଲ କରି ପୂର୍ବ ଭଳି ସ୍ଥିରିକୃତ ପୁରୁଣା ପେନସନ ଲାଗୁ କରିବା ପାଇଁ ସଭାରେ ଏକ ସ୍ୱତନ୍ତ୍ର ପ୍ରସ୍ତାବ ଗୃହିତ ହୋଇ ମୁଖ୍ୟମନ୍ତ୍ରୀଙ୍କର ନିକଟକୁ ପଠାଯାଇଥିବା ମହାସଂଘର ମହାସଚିବ ଗୋକୁଳାନନ୍ଦ ବେହେରା ପ୍ରକାଶ କରିଛନ୍ତି ।

Comments


bottom of page