top of page

ପରିବେଶ ସୁରକ୍ଷା ସଂକଳ୍ପ କର୍ମଶାଳା

  • Writer: Sanjog
    Sanjog
  • Jul 3, 2023
  • 1 min read

କଟକ,ଜୁଲାଇ୨(ସଂଯୋଗ ମିଡିଆ) ସବୁଜିମାର ସ୍ୱର ସାହିତ୍ୟ ପରିବାର ତରଫରୁ ଧବଳେଶ୍ଵର ସାରସ୍ବତ ଆଶ୍ରମରେ ପରିବେଶ ସୁରକ୍ଷା ସଂକଳ୍ପ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି ଅବସରରେ ମଠାଧୀଶ ମାନସ ଚୈତନ୍ୟ ମହାରାଜ ବିଧି ମୁତାବକ ବୃକ୍ଷ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ସବୁଜିମାର ସ୍ୱର ସାହିତ୍ୟ ପରିବାରର ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ । ପରିବେଶ ସୁରକ୍ଷା ପାଇଁ ସମସ୍ତେ ଶପଥ ପାଠ କରିଥିଲେ । ପଣ୍ଡିତ ନୀଳକଣ୍ଠ ରାଉତ ଦାର୍ଶନିକ ଉଦଘାଟକ ଭାବେ ପ୍ରାରମ୍ଭିକ ପରିବେଶ ସୁରକ୍ଷା ପାଇଁ ସଂକଳ୍ପ କରିଥିଲେ । ବୈଦିକ ପରମ୍ପରା ମତେ ବୃକ୍ଷମୂଳେ ଜଳ ଅର୍ପଣ କରିଥିଲେ । ମୁଖ୍ୟବକ୍ତା ସତ୍ୟବ୍ରତ ପୁହାଣ ଓଡ଼ିଶା ପରିବେଶ ସୁରକ୍ଷା ଉପରେ ସୁନ୍ଦର ବକ୍ତବ୍ୟ ରଖିଥିଲେ ଓ ନିଜ ଢଙ୍ଗରେ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ କୁମାର ଦାସ, ବ୍ରହ୍ମାନନ୍ଦମହାନ୍ତି, ବିଦ୍ୟାଧର ଖଟୁଆ, ସାଗର କୁମାର ସାମନ୍ତରାୟ, ଜନ ରଞ୍ଜନ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ପରିବେଶ ସୁରକ୍ଷା ପାଇଁ ସଂକଳ୍ପ କରିଥିଲେ । ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟର ଏନସିସି କ୍ୟାଡେଟ ପ୍ରୀତମ ସେଠୀ, ସ୍ନେହାଶିଷ ବିଶ୍ଵାଳ, ବିକାଶ କୁମାର ନାୟକ, ଦେବୀ ପ୍ରସାଦ କମଲା, ସତ୍ୟଜିତ ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉକ୍ତ ଅବସରରେ ଆଶ୍ରମ ପରିସରରେ ଶାଗୁଆନ, କଦମ୍ବ, ଆକାଶିଆ ଏବଂ ଅନ୍ୟ ପ୍ରଜାତିର ବୃକ୍ଷରୋପଣ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ଏକ ସଚେତନତା ବାର୍ତ୍ତା ସୃଷ୍ଟି କରିବା ପାଇଁ ସ୍ଲୋଗାନ ଦେଇଥିଲେ । ଏହି ସଂକଳ୍ପ କର୍ମଶାଳାରେ ତିନିଜଣ କବି ସ୍ଵରଚିତ କବିତା ଗାନ କରି ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଓଡ଼ିଶାର ପ୍ରଥମ ଅନୁଷ୍ଠାନ ଭାବେ ସାହିତ୍ୟ ସହିତ ପରିବେଶ ସୁରକ୍ଷାକୁ ଏହି ଅବସରରେ ପ୍ରାଧାନ୍ୟ ଦିଆଯାଇଥିଲା ।

Comments


bottom of page