top of page

ମୋ କଟକ ସୁରକ୍ଷା ମଞ୍ଚର ଅନଶନ

  • Writer: Sanjog
    Sanjog
  • Jul 3, 2023
  • 1 min read

କଟକ,ଜୁଲାଇ ୩(ସଂଯୋଗ ମିଡିଆ): କଟକରେ ଅନେକ ସମୟରେ ଆର୍ଥିକ ଅଭାବ ଓ ସରକାରୀ ଯୋଜନା ସଠିକ ସମୟରେ କାର୍ଯ୍ୟକାରୀ ହେଉନଥିବାରୁ କେତେକ ସମୟରେ ମୃତଦେହ ପଡି ରହିଥିବା ଏବଂ ମହାପ୍ରୟାଣଗାଡି ନ ମିଳିବାରୁ ଶବକୁ ଟ୍ରଲିରେ ବୁହାହେବା ଘଟଣା ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ସରକାରଙ୍କ ହରିଶ୍ଚନ୍ଦ୍ର ଓ ମହାପ୍ରୟାଣ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉନଥିବାରୁ କେତେକ ସ୍ଥାନରେ ସ୍ଵେଛାସେବୀମାନେ ନିଜସ୍ଵ ଉଦ୍ୟମରେ ମୃତଦେହକୁ ନେଇ ଶ୍ମଶାନରେ ନିଜ ସମ୍ବଳରେ ଶବ ସତ୍କାର କରୁଛନ୍ତି।ଏହାଯୋଗୁଁ ସରକାରଙ୍କ ଯୋଜନା ଏବଂ କଟକର ସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।କଟକ ଏସସିବିକୁ ସରକାର ବିଶ୍ଵସ୍ତରୀୟ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଦୂରଦୂରାନ୍ତରୁ ଆସି ଚିକିତ୍ସିତ ହେଉଥିବା ରୋଗୀର ମୃତ୍ୟୁ ପରେ ମହାପ୍ରୟାଣ ଗାଡି ନ ମିଳିବାରୁ ମୃତଦେହ ଦୀର୍ଘ ସମୟପଡିରହୁଛି। କାଳିଆବୁଦା, ସତିଚୌରା ଓ ସ୍ଵର୍ଗଧାମ ଶ୍ମଶାନରେ ହରିଶ୍ଚନ୍ଦ୍ର ସହାୟତାରେ ସିଧାସଳଖ ଶବଦାହ କରାଯିବା ଏବଂ୨୪ଘଣ୍ଟିଆ ମହାପ୍ରୟାଣ ଗାଡି ଯୋଗାଇ ଦେବା ଆଦି ୨ଦଫା ଦାବି ନେଇ ମୋ କଟକ ସୁରକ୍ଷା ମଞ୍ଚ ପକ୍ଷରୁ ସମ୍ପାଦକ ଜିତେନ୍ଦ୍ର ସାହୁ ସିଏମ ସିକାର୍ୟ୍ୟାଳୟସମ୍ମୁଖରେଅନଶନରେବସିଛନ୍ତି।ଏହି ଅନଶନରେ ଅଶୋକମହାନ୍ତି, ଲୋକନାଥ ଲେଙ୍କା, ଜ୍ୟୋତି ରଞ୍ଜନ ରାୟ, ମଞ୍ଚ ଉପଦେଷ୍ଟା ଦେବକୁମାର ନାଥ, କ୍ଷୀରୋଦ ସାହୁ, ଆଡଭୋକେଟ ପ୍ରମୋଦ ସାହୁ, ନଳିନୀ ରାୟ, ଆଶୁତୋଷ ମହାନ୍ତି, ହିନ୍ଦୁ ସେନା ରାଜ୍ୟସଭା ପତି ଦେବାଶିଷ ରାଉତ, ସ୍ଵପ୍ନଫାଉଣ୍ଡେସନ ସୁଧାଂଶୁ ପାତ୍ର, କଟକ ସେବା ଫାଉଣ୍ଡେସନର ପପୁ ପାତ୍ର, ଜୟ ମହାବୀର ସେବା ସମିତିର ସିକନ କୁମାର ସାହୁ,ସୁରେଶ ମହାନ୍ତି,ଗଣେଶ ଚନ୍ଦ୍ର ରାଉତ,ଅଭିମନ୍ୟୁ ଦାସ, କବିତା ଦେହୁରୀ, ଲଳିତ ରାୟ,ପ୍ରଦୀପ୍ତ ଦାସ,ଅମର ବାରିକ, କାର୍ତ୍ତିକ ବେହେରା, ଅଜିତ ମହାନ୍ତି,ଅମୟ ମହାନ୍ତି,ରିଙ୍କନ ବଳ ଓ ବିଶ୍ଵଜିତରାୟ ପ୍ରମୁଖ ଯୋଗ ଦେଇଥିଲେ। ସହରର ସାମୁହିକ ସ୍ଵାର୍ଥ ଉଦ୍ଦେଶ୍ୟରେ ସମସ୍ତ ସାମାଜିକ ସଂଗଠନ, ସାମାଜିକ କର୍ମୀ,ବୁଦ୍ଧିଜୀବୀ ଓ ଦଳୀୟନେତା କର୍ମୀ ଏଥିରେ ଯୋଗ ଦେବେ ବୋଲି ସଭାପତି ଅକ୍ଷୟ ପଣ୍ଡା ପ୍ରକାଶ କରିଛନ୍ତି।

Comments


bottom of page