top of page

ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ବିଜେପି ପଛରେ କଂଗ୍ରେସ

  • Writer: Sanjog
    Sanjog
  • Dec 10, 2020
  • 1 min read

ଜୟପୁର, ଡିସେମ୍ବର ୧୦ (ସଂଯୋଗ ମିଡିଆ) : ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ବିଜେପି ଶାସକ କଂଗ୍ରେସକୁ ପଛରେ ପକାଇ ଆଗରେ ରହିଛି ।


୪ ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନ ପରେ ମଙ୍ଗଳବାର ଗଣତି ଆରମ୍ଭ ହୋଇଛି । ୪,୦୫୦ ପଞ୍ଚାୟତ ସମିତି ସଦସ୍ୟ ଆସନରୁ ବିଜେପି ୧,୮୩୫ଟି, କଂଗ୍ରେସ ୧,୭୧୮ଟିରେ ବିଜୟୀ ହୋଇଛି । ରାଜ୍ୟରେ ୨୨୨ ପଞ୍ଚାୟତରେ ମୋଟ ୪,୩୭୧ଟି ଆସନ ରହିଛି । ସେହିପରି ବିଜେପି ୩୧୨ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଥିଲା ବେଳେ କଂଗ୍ରେସ ୨୩୯ଟିରେ ବିଜୟୀ ହୋଇଛି । ୬୩୬ ଜିଲ୍ଲା ପରିଷଦ ଆସନରୁ ୫୮୦ଟିର ଫଳାଫଳ ଘୋଷଣା କରାଯାଇଛି ।

Commentaires


bottom of page