ରେଭିନ୍ୟୁ ବାର କର୍ମକର୍ତ୍ତାଙ୍କ ଶପଥ
- Sanjog
- Apr 1, 2023
- 1 min read

କଟକ,ଅପ୍ରେଲ୧(ସଂଯୋଗ ମିଡିଆ) ବୋର୍ଡ ଅଫ ରେଭିନ୍ୟୁ ବାର ଆସୋସିଏସନର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଅଛି | ନିର୍ବାଚନ ଅଧିକାରୀ ଅଶୋକ କୁମାର ଷଡ଼ଙ୍ଗୀ ଶପଥ ଗ୍ରହଣ ସମାରୋହକୁ ପରିଚାଳନା କରିଥÒଲେ | ପୂର୍ବତନ ଆଡ଼ଭୋକେଟ ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରସାଦ ମିଶ୍ର ନିର୍ବାଚନରେ ବିଜୟୀ ପ୍ରାର୍ଥୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ | ନୂତନ ରୂପେ ନିର୍ବାଚିତ ହୋଇଥିବା ଓଡିଶା ହାଇକୋର୍ଟ ବାର ଆସୋସିଏସନର ସଭାପତି ତଥା ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ମୁଖ୍ୟ ଅତିଥି ରୂପେ ସମାରୋହରେ ଯୋଗଦାନ କରିଥିଲେ | ନୂତନ ରୂପେ ନିର୍ବାଚିତ ବୋର୍ଡ ଅଫ ରେଭିନ୍ୟୁ ବାର ଆସୋସିଏସନର ସଭାପତି ସୟଦ ମେହେବୁବ ଅଲି, ଉପସଭାପତି ଅଜୟ କୁମାର ସାହୁ, ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ପରିଡା, ଯୁଗ୍ମ ସମ୍ପାଦକ ଜ୍ୟୋତିର୍ମୟ ମହାପାତ୍ର, ସହ ସମ୍ପାଦକ ସୁଜିତ କୁମାର ସ୍ୱାଇଁ, କୋଷାଧକ୍ଷ ବାଦଲ କୁମାର ମହାପାତ୍ରଙ୍କ ସହିତ ନିର୍ବାହୀ ସଦସ୍ୟ ପଦ ନିମନ୍ତେ ୬ଜଣ ସଦସ୍ୟ ଶପଥ ଗ୍ରହଣ କରିଥିଲେ |
Commentaires