top of page

ରୋଭର୍ସ ଆଥଲେଟିକ କ୍ଲବର କାର୍ଯ୍ୟକାରିଣୀ କମିଟି ବୈଠକ

  • Writer: Sanjog
    Sanjog
  • Jul 3, 2023
  • 1 min read

କଟକ,ଜୁଲାଇ ୩(ସଂଯୋଗ ମିଡିଆ) : ରୋଭର୍ସ ଆଥଲେଟିକ କ୍ଲବ କାର୍ଯ୍ୟକାରିଣୀ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବାରବାଟୀ ଷ୍ଟାଡିୟମସ୍ଥିତ ଓଡ଼ିଶା ଆଚେରୀ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ତଥା ରାଜ୍ୟ କୃଷି ,ପଶୁପାଳନ ମତ୍ସ୍ୟ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏହି ବୈଠକରେ ସଭାପତିତ୍ବ କରିଥିଲେ । ଏଥିରେ ସାଧାରଣ ସମ୍ପାଦକ ସଂପୂର୍ଣ୍ଣା ନନ୍ଦ ଦାସ ପୂର୍ବ ବୈଠକର ବିବରଣୀ ଉପସ୍ଥାପନ କରିବା ସହ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷର ଖେଳସୂଚୀ ଏବଂ ଆୟବ୍ୟୟ ଉପରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ। ଚଳିତ ମାସ୨୩ ତାରିଖରେ କ୍ଲବର ବାର୍ଷିକ ଅଧିବେଶନ ଲାଗି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ସୋନପୁର ଠାରେ ଅନୁଷ୍ଠିତ ନିଖିଳ ଓଡ଼ିଶା ଫୁଟବଲ ପ୍ରତିଯୋଗିତାରେ ରୋଭର୍ସ କ୍ଲବ ଚମ୍ପିୟାନସିପ ହାସଲ କରିଥିବାରୁ ଖେଳାଳୀ ଓ କୋଚଙ୍କୁ ଅଭିନନ୍ଦନଜ୍ଞାପନ କରାଯାଇଥିଲ।। ଫାଓ ପକ୍ଷରୁ ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଫାଓ ଲିଗରେ ଦଳକୁ ଶକ୍ତିଶାଳୀ କରିବା ପାଇଁ ଏହି ବୈଠକରେ ଆଲୋଚନା କରାଯାଇଥିଲା । ସମୀର ପରିଜା ,ଚିତ୍ତ ରଞ୍ଜନ ଜେଠୀ,ଶକ୍ତିଧର ଦାସ ,କ୍ଷୀତିଶ ପାତ୍ର ପ୍ରମୁଖ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ ।

Comments


bottom of page