ସିକ୍ୟୁରିଟି ନମ୍ବର ନ ଥିବା ଗାଡ଼ି ବିରୋଧରେ ଜୁନ ୨୩ରୁ କଠୋର କାର୍ଯ୍ୟାନୁଷ୍ଠାନ
- Sanjog
- Jun 9, 2023
- 1 min read

କଟକ,ଜୁନ୯ (ସଂଯୋଗ ମିଡିଆ): ଓଡିଶା ରେଜିଷ୍ଟ୍ରେସନ ମାର୍କ ଥିବା ୨୦୧୯ ଏପ୍ରିଲ ୧ ପୂର୍ବରୁ ପଞ୍ଜିକୃତ ହୋଇଥିବା ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ (ଏଚଏସଆରପି) ଲଗେଇବାର ଅବଧି ୨୦୨୩ ଫେବୃୟାରୀ ୨୮ ତାରଖରେ ଶେଷ ହୋଇଯାଇଛି । ଏହା ସତ୍ତ୍ବେ କିଛି ଗାଡି ବିନା ଏଚଏସଆରପିରେ ଗାଡି ଚଳାଉଥିବା ରାଜ୍ୟ ପରିବହନ ପ୍ରାଧିକରଣଙ୍କ ନଜରକୁ ଆସିଛି। ଏଣୁ ଆସନ୍ତା ୨୩ ତାରିଖରୁ ଏସବୁ ଯାନଗୁଡିକୁ ଚିହ୍ନଟ କରିବା ଏବଂ ଦଣ୍ଡବିଧାନ ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରିଛନ୍ତି।
ଏ ନେଇ ରାଜ୍ୟ ଅତିରିକ୍ତ ପରିବହନ ଆୟୂକ୍ତ(ସଡକ ସୁରକ୍ଷା) ଲାଲମୋହନ ସେଠୀ ସୂଚନା ଦେଇ କହିଛନ୍ତି୍ତି ଯେ ଚଳିତ ମାସର ୭ ତାରିଖ ସୁଦ୍ଧା ମୋଟ ୪୦ ଲକ୍ଷ ୯୩ ହଜାର ୬୦୮ଟି ଯାନ ମାଲିକ ସ୍ଲଟ୍ ବୁକ୍ କରିଛନ୍ତି, ସେଥିମଧ୍ୟରୁ ୩୫ ଲକ୍ଷ ୮୭ ହଜାର ୫୭୭ ଗାଡିରେ ଏଚଏସଆରପି ଲଗାଯାଇଛି। ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକମାନଙ୍କୁ ଶୀଘ୍ର ଏଚଏସଆରପି ଲଗାଇବାକୁ ପରାମର୍ଶ ଦିଆଯାଇଛି । ଅନ୍ୟଥା ଏମଭି ଆଇନ ୧୯୮୮ର ୧୯୨ ଧାରା ଅନୁଯାୟୀ ଏଚଏସଆରପି ନଥିବା ଯାନ ମାଲିକଙ୍କ ବିରୋଧରେ ଇ-ଚାଲାଣ ଜାରି କରାଯିବ ଏବଂ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ।
Comments