top of page

ସାତ ନୁହେଁ, ଆଠ ମହାଦେଶ

  • Writer: Sanjog
    Sanjog
  • Jul 4, 2020
  • 1 min read



ସଂଯୋଗ ମିଡିଆ, ୪/୭ : ପୃଥିବୀରେ ସାତଟି ନୁହେଁ, ଅଛି ଆଠଟି ମହାଦେଶ । ୮ମ ମହାଦେଶର ନାଁ ‘ଜିଲାଣ୍ଡିଆ’ ।

ଏହା ସମୁଦ୍ରରେ ସମାଧି ନେଇଛି । ଅଷ୍ଟ୍ରେଲିଆର ଦକ୍ଷୀଣ ପୂର୍ବବର୍ତ୍ତୀ ନ୍ୟୁଜିଲାଣ୍ଡର ଉତ୍ତର ଦିଗରେ ଅଛି ।

ବୈଜ୍ଞାନିକମାନେ ଏହାର ନୂଆ ନକ୍ସା ତିଆରି କରିଛନ୍ତି ଯେଉଁଥିରୁ ଜଣାପଡୁଛି ଏହା ୫୦ ଲକ୍ଷ ବର୍ଗ କିମି ପରିବ୍ୟାପ୍ତ । ଜିଲାଣ୍ଡିଆ ଭାରତର କ୍ଷେତ୍ରଫଳ ଠାରୁ ୧୭ ଲକ୍ଷ ବର୍ଗ କିଲୋମିଟର ବଡ଼ ।

ଜିଲାଣ୍ଡିଆ ୨.୩୦ କୋଟି ବର୍ଷ ପୂର୍ବେ ସମୁଦ୍ରରେ ବୁଡ଼ି ଯାଇଥିଲା ବୋଲି ବୈଜ୍ଞାନିକମାନେ କହିଛନ୍ତି । ମାତ୍ର ତିନି ବର୍ଷ ହେଲା ଏହା ବିଷୟରେ ସନ୍ଧାନ ମିଳିଛି ।

ସେବେଠୁ ବୈଜ୍ଞାନିକମାନେ ଏହା ଉପରେ କ୍ରମାଗତ ଗବେଷଣା କରି ଆସୁଛନ୍ତି । ନୂଆ ନକ୍ସାରୁ ଏହା ସହ ଜଡ଼ିତ ଭୂକମ୍ପୀୟ ଓ ସାମୁଦ୍ରିକ ଗତିବିଧି ସମ୍ପର୍କରେ ସୂଚନା ମିଳିବ ।

୧୯୯୫ରେ ଅଷ୍ଟମ ମହାଦେଶର ପରିକଳ୍ପନା ଆସିଥିଲା । ସନ୍ଧାନ କରୁ କରୁ ୨୦୧୮ରେ ଏହା ଠାବ ହେଲା ।

ଜିଲାଣ୍ଡିଆ ପ୍ରଶାନ୍ତ ମହାସାଗର ଭିତରେ ୩୮୦୦ ଫୁଟ ଗଭୀରରେ ରହିଛି । ଏହାର କେଉଁଠି ସୁଉଚ୍ଚ ପର୍ବତ ଅଛି ତ ଆଉ କେଉଁଠି ଅଛି ଗଭୀର ଘାଟି ।

ସମୁଦ୍ର ମହାଦେଶ ଗଭୀର ଜଳରାଶି ମଧ୍ୟରେ ଲୁଚି ଯାଇଥିଲେ ହେଁ ଲର୍ଡ ହୋବେ ଆଇଲାଣ୍ଡ ପାଖରେ ଥିବା ୱାର୍ଲ୍ଡ ପିରାମିଡ ନାମକ ଯେଉଁ ଚଟାଣ ସମୁଦ୍ର ଜଳସ୍ତର ବାହାରକୁ ବାହାରିଛି ତାହା ଜିଲାଣ୍ଡିଆର ଅଂଶ ବିଶେଷ । ୱାର୍ଲ୍ଡ ପିରାମିଡ ତଳେ ରହିଛି ରହସ୍ୟମୟ ଜିଲାଣ୍ଡିଆ ମହାଦେଶ ।

Comments


bottom of page