୧୨ ତାରିଖରୁ ଚାଲିବ ରେଳ ସେବା : ସୋମବାର ଭୋର ୪ଟାରୁ ଆରମ୍ଭ ହେବ ବୁକିଂ
- Sanjog
- May 11, 2020
- 1 min read

କଟକ,ମେ ୧୧ (ସଂଯୋଗ ନ୍ୟୁଜ) : ଦେଶବ୍ୟାପୀ ଲକ ଡାଉନ ଯୋଗୁ ମାର୍ଚ୍ଚ ୨୫ରୁ ବନ୍ଦ ହୋଇଥିବା ଯାତ୍ରୀ ବାହୀ ରେଳ ସେବା ଆସନ୍ତା ୧୨ ତାରିଖ ମଙ୍ଗଳବାରରୁ ଆରମ୍ଭ ହେବ ଏଥିପାଇଁ ୧୧ ତାରଖ ଭୋର ୪ଟାରୁ ବୁକିଂ ଆରମ୍ଭ ହେବ
ରେଳ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରାଥମିକ ପର୍ଯ୍ୟାୟରେ ୧୫ ଯୋଡ଼ା ପାସେଞ୍ଜର ଟ୍ରେନ ଚଳାଚଳ କରିବ ସ୍ବତନ୍ତ୍ର ଭାବେ ଏହି ଟ୍ରେନ ଯାତ୍ରା କରିବ ।
ନୂଆଦିଲ୍ଲୀଠାରୁ ଟ୍ରେନ ଗୁଡିକ ଦିବ୍ରୁଗଡ଼, ଅଗରତାଲା, ହାଓଡା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବାଙ୍ଗାଲୋର, ଚେନ୍ନାଇ, ଥିରୁଭାନନ୍ତପୁରମ, ମାଡଗାଓଁ, ମୁମ୍ବାଇ, ସେଣ୍ଟ୍ରାଲ, ଅହମ୍ମଦାବାଦ ଏବଂ ଜମ୍ମୁତାଓ୍ବି ମଧ୍ୟରେ ଚଳାଚଳ କରିବ ।
ଏହି ସମୟରେ ଷ୍ଟେସନଗୁଡିକରେ ଥିବା ଟିକେଟ କାଉଣ୍ଟର ବନ୍ଦ ରହିଥିବାରୁ ପ୍ଲାଟଫର୍ମ ଟିକେଟ ଉପଲବ୍ଧ ହେବ ନାହିଁ । ବୈଧ ବା କନଫର୍ମ ଟିକେଟ ଥିବା ଲୋକମାନେ କେବଳ ପ୍ଲାଟଫର୍ମରେ ପ୍ରବେଶ କରିପାରିବେ।
ଯାତ୍ରୀମାନେ ମାସ୍କ ଲଗାଇବେ ଓ ସ୍କ୍ରିନିଂ ପରେ ସେମାନଙ୍କୁ ଟ୍ରେନ ଯାତ୍ରା ଅନୁମତି ମିଳିବ ଟ୍ରେନ ଚଳାଚଳ ନେଇ ସୂଚୀ ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯିବ ।
ପରବର୍ତ୍ତୀ ପର୍ଯ୍ୟାୟରେ ରେଳପଥ ପକ୍ଷରୁ ନୂଆ ରୁଟ ଗୁଡ଼ିକରେ ଅଧିକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବା ନେଇ ବ୍ୟବସ୍ଥା କରାଯିବ । କୋଚ୍ ଉପଲବ୍ଧତା ବିଚାର କରି ଏଭଳି ପଦକ୍ଷେପ ନିଆଯିବ ।
କୋଭିଡ-୧୯ ବିରୋଧରେ ଲଢ଼େଇ ଲାଗି ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ଶ୍ରମିକଙ୍କ ଲାଗି ପ୍ରତିଦିନ ପ୍ରାୟ ୩୦୦ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରୁଥିବା ସୂଚନା ରହିଛି ।
Comments